ଦେବ ଭାଷା ଓ ଆମ ଭାଷା

ଜଗନ୍ନାଥ ପ୍ରସାଦ ଦାସ

ସଂସ୍କୃତ ଭାଷା ସବୁ ସମୟରେ ନିଜକୁ ଦେବତାଙ୍କର ଭାଷା ବୋଲି ଦାବି କରି ଆସିଛି । ଏହାର ପ୍ରତିବାଦରେ ଷୋଡ଼ଶ ଶତାବ୍ଦୀ କବି ଏକନାଥ ଦୁଃଖ ଓ କ୍ରୋଧର ସହିତ କହିଥିଲେ, ସଂସ୍କୃତ ଭାଷାକୁ ଯଦି ଦେବତାମାନେ ତିଆରି କରିଥିଲେ, ମରାଠୀ ଭାଷାକୁ କ’ଣ ଚୋର ତିଆରି କରିଥିଲେ? ବ­ର୍ମାନ ଓଡ଼ିଆ ଭାଷା ପରିପ୍ରେକ୍ଷୀରେ ମଧ୍ୟ ସେଇ ପ୍ରଶ୍ନଟି କରାଯାଇପାରେ । ବର୍ଷକ ତଳେ କ୍ଲାସିକାଲ ମୋହର ପାଇବା ପରେ ଓଡ଼ିଆ ଭାଷା ସଂସ୍କୃତ ସହିତ ସମାନ ଆସନ ପାଇଛି । ଏହି ମର୍ଯ୍ୟାଦା ପାଇବା ପାଇଁ ଗୋଟିଏ ସ­ର୍ତ ଥିଲା ଯେ ଭାଷାଟିର ସାହିତ୍ୟିକ ପରମ୍ପରା ମୌଳିକ ହୋଇଥିବ ଏବଂ ଏହା ଅନ୍ୟ କୌଣସି ଭାଷା ସଂପ୍ରଦାୟରୁ ଉଧାରରେ ଆସିନଥିବ ।ତାର ଅର୍ଥ ଓଡ଼ିଆ ଭାଷା ସବୁବେଳେ ନିଜ ପାଦରେ ଠିଆ ହୋଇଛି, ସଂସ୍କୃତ ଉପରେ ଭରା ଦେଇ ବା ସଂସ୍କୃତର ଲାଞ୍ଜ ହୋଇ ନୁହେଁ ।
ସଂସ୍କୃତ ସବୁ ସମୟରେ ଆମ ଦେଶରେ ଏକ ସ୍ବତନ୍ତ୍ର ଆସନରେ ରହି ଆସିଛି । ଏକ ସମୟରେ(ତାମିଲ ବ୍ୟତୀତ) ସଂସ୍କୃତ ହିଁ ଥିଲା ଆମର ଲେଖାପଢ଼ାର ଭାଷା । ସଂସ୍କୃତରେ କେବଳ ସାହିତ୍ୟ ହିଁ ଲେଖା ହେଉ ନଥିଲା, ଏହା ଥିଲା ଜ୍ୟୋତିଷ, ଗଣିତ, ଦର୍ଶନ, ବ୍ୟାକରଣ ଇତ୍ୟାଦି ଶାସ୍ତ୍ରର ଭାଷା ମଧ୍ୟ । ଏପରିକି ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଆମର ପଠାଣି ସାମନ୍ତ ତାଙ୍କର ଗଣିତ ଜ୍ୟୋତିଷ ବହି ‘ସିଦ୍ଧାନ୍ତ ଦର୍ପଣ’ ଲେଖିଥିଲେ ଓଡ଼ିଆରେ ନୁହେଁ, ସଂସ୍କୃତରେ । ସଂସ୍କୃତ କେବେ ହେଲେ ଜନସାଧାରଣଙ୍କର କଥାବାର୍ତ୍ତାର ଭାଷା ନଥିଲା୤ ଏହା ଥିଲା ପଣ୍ଡିତ ଓ ବିଦ୍ବାନ ଏବଂ ବିଶେଷରେ ପୁରୋହିତମାନଙ୍କର ପୂଜାର ଭାଷା । ଏହାକୁ ଏକ ସମୟରେ ଇଉରୋପରେ ପ୍ରଚଳିତ ଭାଷାମାନଙ୍କ ବ୍ୟବହାର ସହିତ ତୁଳନା କରାଯାଇପାରେ । ରୋମାନ ସାମ୍ରାଜ୍ୟରେ ଲାଟିନ୍ ଥିଲା ଲୋକଙ୍କର ଭାଷା, କିନ୍ତୁ ଗ୍ରୀକ୍ ଥିଲା ବିଦ୍ବାନ ମାନଙ୍କର ଲେଖିବାର ଭାଷା ।

ପ­ଞ୍ଚଦଶ ଶତାବ୍ଦୀ ବେଳକୁ ରୋମର ଚର୍ଚ୍ଚ ପ୍ରଭାବରେ ଲାଟିନ୍ ହୋଇଗଲା ବିଦ୍ବାନଙ୍କର ଭାଷା, ଯଦିଓ ଲୋକଙ୍କର କଥାବା­ର୍ତ୍ତାର ଭାଷା ଥିଲା ଇଟାଲିଆନ୍ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋପରନିକସ୍ ତାଙ୍କର ସୂର୍ଯ୍ୟକେନ୍ଦ୍ରିକ ତ­ତ୍ବ ଲାଟିନରେ ଲେଖି ବସି ଗଲେ, କିନ୍ତୁ ଶହେ ବର୍ଷ ପରେ ସେଇ କଥାକୁ ବେଶି ଲୋକ ପଢ଼ିବେ ବୋଲି ଇଟାଲିଆନରେ ଲେଖି ଗାଲିଲିଓ ଚର୍ଚ୍ଚ ହାତରେ ଧରାପଡ଼ିଲେ । ପରବ­ର୍ତୀ ସମୟରେ ଆମ ଦେଶରେ ଏ ଭଳି ସଂପର୍କ ଥିଲା ଉଚ୍ଚତର କୁହାଯାଉଥିବା ଫାର୍ସି ଓ ଦେଶଜ ଉର୍ଦ୍ଧୁ ଭିତରେ । ମହମ୍ମଦ ଇକବାଲ ଉଭୟ ଭାଷାରେ ଲେଖୁଥିଲେ । ପୂର୍ବରୁ କେବଳ ଉର୍ଦ୍ଧୁରେ ଲେଖୁଥିବା ବେଳେ ସେ ଇଉରୋପ ଯିବା ପରେ ଫାର୍ସିରେ ଲେଖିଲେ ଏବଂ ମୃତୁ୍ୟ ପୂର୍ବରୁ ପୁଣି ଉର୍ଦ୍ଧୁକୁ ଫେରି ଆସିଲେ ।
ଆମ ଦେଶରେ ସଂସ୍କୃତର ପ୍ରାଧାନ୍ୟ ବିରୁଦ୍ଧରେ ପ୍ରଥମେ ସ୍ବର ଉତ୍ତୋଳନ କଲେ ଭକ୍ତ କବିମାନେ । ପ୍ରାୟ ଅଷ୍ଟମ ଶତାବ୍ଦୀରେ ଦକ୍ଷିଣ ଭାରତରେ ଆରମ୍ଭ ହୋଇଥିବା ଭକ୍ତି ଆନ୍ଦୋଳନର କବିମାନେ ସଂସ୍କୃତ ଓ ତାର ସଂସ୍କୃତିକୁ ପୂରାପୂରି ଅଗ୍ରାହ୍ୟ କରିଦେଲେ। ସେମାନେ ଅସ୍ବୀକାର କଲେ ଭଗବାନ ଓ ଭକ୍ତଙ୍କ ମଝିରେ ମଧ୍ୟସ୍ଥି ଥିବା ବ୍ରାହ୍ମଣ ଓ ସଂସ୍କୃତ ଭାଷାକୁ । ମଣିଷର ମୁକ୍ତି ପାଇଁ ସେମାନେ ଜ୍ଞାନ, କର୍ମ ଓ ଧ୍ୟାନ ବଦଳରେ ଭକ୍ତିକୁ ପ୍ରାଧାନ୍ୟ ଦେଲେ ଏବଂ ଏହି ଭକ୍ତିକୁ ଅଭିବ୍ୟକ୍ତ କଲେ ଆ­ଳିକ ଗୀତ, ସଂଗୀତ ଓ ନୃତ୍ୟ ମାଧ୍ୟମରେ । ସେମାନେ ଲୋକମାନଙ୍କ ସହିତ ମିଳିମିଶି ରହିଲେ ଓ କଥିତ ଭାଷାର ପରମ୍ପରାକୁ ଆପଣାଇ ନେଲେ । ସେଥିାଇଁ ତାଙ୍କ ଲେଖାରେ ଆସିଲା ଭାଷାର ବିବିଧତା, ବୈଚିତ୍ର୍ୟ ଓ ବାଗ୍ବିନ୍ୟାସ । ସେମାନେ ଭାଙ୍ଗିଦେଲେ ଧର୍ମ ଜାତି ଲିଙ୍ଗ ଭେଦ ଓ ବୈଷମ୍ୟ । ସେମାନେ ଏକାତ୍ମ ହୋଇଗଲେ ମୁସଲମାନ ସୁଫିଙ୍କ ସହିତ । ସବୁଠାରୁ ଅଧିକ, ସେମାନେ ଭାଙ୍ଗିଦେଲେ ସଂସ୍କୃତର ପ୍ରାଧାନ୍ୟ ଓ ପ୍ରତିପତି ।
ଆମ ଓଡ଼ିଶାରେ ମଧ୍ୟ ଏହି ଭକ୍ତିଯୁଗ ବୈପ୍ଳବିକ ପରିବ­ର୍ନ ଆଣି ଦେଲା । ଓଡ଼ିଆ ଭାଷାର ମୂଳଦୁଆ ପଡ଼ିଲା ଭକ୍ତ କବିମାନଙ୍କ ଲେଖାରେ । ସାରଳା ଦାସ ଶୁଦ୍ଧ ଓଡ଼ିଆରେ ମହାଭାରତ ଲେଖିଲେ । ଜଗନ୍ନାଥ ଦାସଙ୍କ ଭାଗବତର ଭାଷା ହେଲା ମାନକ ଓଡ଼ିଆ । ଏହି ଆନ୍ଦୋଳନରୁ ସୃଷ୍ଟି ହେଲେ ଭିନ୍ନ ଧର୍ମର ସାଲବେଗ ଓ ଭିନ୍ନ ଲିଙ୍ଗର ମାଧବୀ ଦାସୀ । ସେତେବେଳେ ମଧ୍ୟ ପଣ୍ଡିତମାନେ ଏହି ନୂଆ ଓଡ଼ିଆ କବିମାନଙ୍କର ଆବିର୍ଭାବକୁ ସହି ପାରି ନ ଥିଲେ । ଜଗନ୍ନାଥ ଦାସଙ୍କ ଭାଗବତକୁ ନାପସନ୍ଦ କରି ସେମାନେ ତାର ନିନ୍ଦାସୂଚକ ଆଖ୍ୟା ଦେଇଥିଲେ ‘ତେଲି ଭାଗବତ’ । ଓଡ଼ିଶାର ଜନସାଧାରଣ, ସ୍ତ୍ରୀପିଲା ସମସ୍ତେ କିନ୍ତୁ ଏହି ଭାଗବତକୁ ଆଦରି ନେଲେ ।
ଆଶ୍ବାସନାର ବିଷୟ ଯେ ଓଡ଼ିଆରେ ଶ୍ରୀମଦ୍ ଭାଗବତ ଲେଖିବାର ଧୃଷ୍ଟତା ବା ଧର୍ମଦ୍ରୋହ ପାଇଁ ଜଗନ୍ନାଥ ଦାସଙ୍କୁ ଫାଶି ହୋଇ ନଥିଲା ଯାହା ସେଇ ସମୟରେ ଇଉରୋପରେ ହୋଇଥିଲା ବାଇବଲ୍ର ଅନୁବାଦ ପାଇଁ । ୧୫୩୬ରେ ନିଉ ଟେଷ୍ଟାମେ­କୁ ଇଂରେଜୀରେ ଅନୁବାଦ କରିଥିବାରୁ ଉଇଲିଆମ୍ ଟିଣ୍ଡେଲଙ୍କୁ ମୃତୁ୍ୟଦଣ୍ଡ ମିଳିଥିଲା । ପ୍ରଟେଷ୍ଟା­ ପୁନଃସଂସ୍କାର ପରେ ହିଁ ଇଉରୋପରେ ବାଇବଲ୍କୁ ଭଲ୍ଗେଟ ବା ଲୋକ ଭାଷାରେ ଅନୁବାଦ କରିବାର ସ୍ୱୀକୃତି ମିଳିଲା ।
ଭକ୍ତି ଆନ୍ଦୋଳନର ଚଳଚଞ୍ଚଳ ସମୟ ବେଳକୁ ସଂସ୍କୃତ ଏକ ମୃତ ଭାଷା ହୋଇ ସାରିଥିଲା । କବୀର ଏ କଥାକୁ ସୁନ୍ଦର ଭାବରେ
କହିଥିଲେ, ସଂସ୍କୃତ ହୈ କୂ ଜଳ, ଭାଷା ବହତା ନୀର । ସଂସ୍କୃତର ପୁନରାଗମନ ହେଲା ଓଡ଼ିଆ କବିତାର ରୀତି ଯୁଗରେ । ସଂସ୍କୃତଭି­ତିକ ଅଳଙ୍କାର ହୋଇଗଲା ସାହିତ୍ୟର ଶ୍ରେଷ୍ଠତ୍ବର ପ୍ରତିାବାଦକ । ମନେ ହେଲା ଯେପରି କାବ୍ୟ ଲେଖା ଯାଉଥିଲା ଅଳଙ୍କାର ଜ୍ଞାନର ପ୍ରଦର୍ଶନ ପାଇଁ । ଉଦାହରଣ ସ୍ବରୁପ କୁହାଗଲା ଯେ ଶୁଷ୍କଂ କାଷ୍ଠଂ ତିଷ୍ଠତ୍ୟଗ୍ରେ କବିତା ନୁହେଁ; କବିତା ହେଉଛି ନୀରସ ତରୁବର ପୁରତୋ ଭାତି । ଶୁଖିଲା କାଠର ବର୍ଣ୍ଣନାରେ ପ୍ରଥମ ଉକ୍ତିଟି ନିଶ୍ଚୟ ବେଶି ଉପଯୁକ୍ତ, କାରଣ ଶୁଷ୍କ କାଷ୍ଠ ଶବ୍ଦରୁ ଯେଉଁ ଅପ୍ରୀତିକର କର୍କଶ ଭାବ ଉପୁଜୁଛି, ତା ନୀରସ ତରୁବରରେ ଅନୁସ୍ଥିତ ।ନୀରସ ତରୁବରରେ ପୁଣି ଆଭା ଆସିବ କେଉଁଠାରୁ? ଏ ଭଳି ଅଳଙ୍କାର ସଙ୍କୁଳ କବିତା ସାମ୍ରାଜ୍ୟର କବିସମ୍ରାଟ ଥିଲେ ଆମର ଉପେନ୍ଦ୍ର ଭଂଜ । ସଂସ୍କୃତ କାବ୍ୟ ରୀତିର ସମସ୍ତ ନୀତି ନିୟମକୁ କରଗତ କରି ତାର ବ୍ୟବହାରରେ ଉପେନ୍ଦ୍ର ସଂସ୍କୃତ କବିଙ୍କୁ ବି ଲଙ୍ଘି ଯାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏପରି ଅଳଙ୍କାର ବହୁଳତା କାବ୍ୟରୁ ସ୍ଥାପତ୍ୟକୁ ସଂକ୍ରମିତ ହୋଇଥିଲା । ମନ୍ଦିର କାନ୍ଥରେ ଥିବା ରତି ବନ୍ଧର ମିଥୁନ ମୂର୍ତ୍ତିରେ ପ୍ରେମୀ ଯୁଗଳ ନଗ୍ନ ଥିଲେ ମଧ୍ୟ ଅଳଙ୍କାରରେ ବିଭୂଷିତ ହୋଇଥିବାର ଦେଖା ଯାନ୍ତି ।
ଏ ରୀତିର ମଧ୍ୟ ଅବସାନ ହେଲା ଯେତେବେଳେ ଗଦ୍ୟ ରଚନା ଆରମ୍ଭ ହେଲା । ଚତୁର ବିନୋଦରେ ବ୍ରଜନାଥ ବଡ଼ଜେନା ଲେଖିଲେ ପିଉସା ଦେଲେ ମୋ ପି­ ବଢ଼ିଲା ପ୍ରବଳେ, ପକାଇଲୁ ତାଙ୍କୁ ପହଡେ଼ ଖରାବେଳେ । ସାହିତ୍ୟରେ ଏ ଭଳି ଭାଷାର ବ୍ୟବହାର ସଂପୂର୍ଣ୍ଣ ନୂଆ କଥା ଥିଲା । ଚଳିତ ଭାଷା ବ୍ୟବହାରର ଆଉ ଗୋଟିଏ ସ୍ରୋତ ଥିଲା ଆମର ଗାଁ ଗହଳିର ଲୋକଗୀତ ଓ ଢଗଢ଼ମାଳି । ଚକା ଚକା ଭଉଁରୀ ଓ ଆ ଜହ୍ନମାମୁ ଶରଦ ଶଶିରେ ଆମର ଖା­ଣ୍ଟି ଓଡ଼ିଆ ଭାଷା ବ­ଞ୍ଚି ରହିଲା ।
ସଂସ୍କୃତ ଭାଷା ପାଇଁ ଏକ ବିରାଟ ପରିବ­ର୍ତ୍ତନ ଆସିଲା ଇଂରେଜମାନେ ଆମ ଦେଶକୁ ଅଧିକାର କରିବା ପରେ । କହିବାକୁ ଗଲେ ସଂସ୍କୃତର ଏକ ପ୍ରକାର ପୁନର୍ଜନ୍ମ ହେଲା ଏହି ବିଦେଶୀଙ୍କ କୃାରୁ । ୱାରେନ୍ ହେସ୍ଟିଙ୍ଗିସ୍(୧୭୭୨ରେ ବଙ୍ଗଳାର ଛୋଟ ଲାଟ ଓ ଦୁଇ ବର୍ଷ ପରେ ବଡ଼ଲାଟ) ଆଦେଶ ଦେଲେ ଯେ ନେଟିଭମାନେ ସେମାନଙ୍କର ନିଜର ଆଇନ କାନୁନ ଦ୍ୱାରା ଶାସିତ ହେବେ । ଆରବିକ ଓ ଫାର୍ସି ଜାଣିଥିବା ଉଇଲିଅମ୍ ଜୋନ୍‌ସ ଇଷ୍ଟ ଇଣ୍ଡିଆ କମ୍ପାନୀ ଚାକିରି ଦେଇ ୧୭୮୩ରେ ଭାରତକୁ ଆଣିଲେ ଏବଂ ତାଙ୍କୁ ଦାୟିତ୍ବ ଦିଆଗଲା ହିନ୍ଦୁ ଓ ମୁସଲମାନ ଆଇନର ଇଂରେଜୀ ତର୍ଜମା କରାଇବା । ପଣ୍ଡିତମାନେ ଯେପରି ତାଙ୍କୁ ଠକି ନ ପାରିବେ ସେଥିାଇଁ ସେ ସଂସ୍କୃତ ମଧ୍ୟ ଶିଖିଲେ । ମନୁ ସଂହିତା ଇତ୍ୟାଦି ଅନୁବାଦ କରିବା ସହ ସେ ସଂସ୍କୃତ ଅଭିଜ୍ଞାନ ଶାକୁନ୍ତଳମ୍ ଓ ହିତୋପଦେଶର ଅନୁବାଦ ମଧ୍ୟ ପ୍ରକାଶ କଲେ । ଶକୁନ୍ତଳାର ଅନୁବାଦ ଇଉରୋପରେ ଆଦୃତ ହେଲା ଏବଂ ବିଭିନ୍ନ ଭାଷାରେ ପ୍ରକାଶ ପାଇଲା । ଅରିଏ­ାଲିଷ୍ଟ ବା ପ୍ରାଚ୍ୟବାଦୀମାନେ ଏହାର ପ୍ରଶଂସାରେ ଶତମୁଖ ହେଲେ ।
ଏ ଭଳି ଭାବରେ ସଂସ୍କୃତ ଏକ ଇଣ୍ଡୋ-ଇଉରୋପୀୟ ଭାଷା ବୋଲି ପ୍ରଚାରିତ ହେବାରୁ ଇରୋପୀୟ ଓ ଭାରତୀୟମାନେ ନିଜ ନିଜକୁ ଆର୍ଯ୍ୟ ବୋଲି ମନେ କରି ଗର୍ବ ଅନୁଭବ କଲେ ଏବଂ ଏ ତ­୍ୱ ପରବ­ର୍ୀ ସମୟରେ ହିଟଲରଙ୍କ କାମରେ ଲାଗିଲା ।
ଭାରତକୁ ଏ ଭଳି ଏକ ସଂସ୍କୃତ ବୋକଚାରେ ବାନ୍ଧି ଇଉରୋପ ଆଗରେ ଉପସ୍ଥାପିତ କରିବା ବେଳେ ଜୋନ୍ସ୍ ଓ ତାଙ୍କ ଭଳି ଇଣ୍ଡୋଲଜିଷ୍ଟ ବା ଭାରତବିଦ୍ମାନେ ଅନ୍ୟ ଭାଷାରେ ଲେଖାଥିବା ସାହିତ୍ୟକୁ ପୂରାପୂରି ଅଣଦେଖା କରିଦେଲେ । ଏଥିରୁ ମନେ ହେବା ସ୍ୱାଭାବିକ ଯେ ସେମାନଙ୍କ ମତରେ ଅନ୍ୟ ଭାଷାର ସାହିତ୍ୟ ସଂସ୍କୃତ ସାହିତ୍ୟଠାରୁ ଅନୁନ୍ନତ ଓ ନିକୃଷ୍ଟ ଥିଲା । ପରବ­ର୍ୀ ସମୟରେ ଜର୍ମାନ ବିଦ୍ୱାନ୍ ୱି­ରନିଜ ଯେଉଁ ଭାରତୀୟ ସାହିତ୍ୟର ଇତିହାସ ଲେଖିଲେ, ସେଥିରେ କେବଳ ସଂସ୍କୃତ ସାହିତ୍ୟ ଓ ବୌଦ୍ଧ ଜୈନ ପାଠ ରହିଲା । ଏଥିରେ ଅନ୍ୟ କୌଣସି ଭାଷାର ସାହିତ୍ୟ ରହିଲା ନାହିଁ, ଏପରିକି ଖ୍ରୀଷ୍ଟଙ୍କ ପୂର୍ବରୁ ବ୍ୟବହୃତ ତାମିଲ ମଧ୍ୟ ନୁହେଁ ।
ସଂସ୍କୃତ ନିଶ୍ଚୟ ଏକ ଉନ୍ନତ ଭାଷା ଏଥିରେ ଦ୍ୱିମତ ନାହିଁ । ଆମର ଭାଷାମାନେ ସଂସ୍କୃତରୁ ଅନେକ ଶବ୍ଦ ଓ ବ୍ୟବହାର ଆହରଣ କରିଛନ୍ତି । ଆମ ଓଡ଼ିଆ ଶବ୍ଦକୋଷ ତତ୍ସମ ଓ ତଦ୍ଭବ ଶବ୍ଦରେ ଭରପୂର । ଏହା ଦ୍ୱାରା ଓଡ଼ିଆ ଭାଷା ନିଶ୍ଚିତ ଭାବେ ଅଧିକ ସମୃଦ୍ଧ ହୋଇଛି । ସଂସ୍କୃତ ଶବ୍ଦର ବିନା ବ୍ୟବହାରରେ ଓଡ଼ିଆ ଭାଷା କି ପ୍ରକାର ରୂ ନେଇଥାନ୍ତା ବ­ର୍ମାନ ସେ କଥା କହିବା ସମ୍ଭବ ବା ଆବଶ୍ୟକ ନୁହେଁ  । ଫାର୍ସି ରାଜଭାଷା ଥିବା ସମୟରେ ଆମେ ସେଥିରୁ ଶବ୍ଦ ନେଇଛୁ ଏବଂ ପରେ ଇଂରେଜୀ ଶବ୍ଦକୁ ମଧ୍ୟ ଆପଣାର କରିଛୁ । ଫାର୍ସି ଓ ଇଂରେଜୀ ଯେପରି ଶାସକ ଓ ଉପର ବର୍ଗର ଲୋକଙ୍କ ଭାଷା ଥିଲା, ଆମ ସଂସ୍କୃତ ମଧ୍ୟ ସେହିରି ଥିଲା ।ସେଥିାଇଁ ବୋଧହୁଏ ଖା­ଣ୍ଠି ଓଡ଼ିଆକୁ ନିମ୍ନଚକ୍ଷୁରେ ଦେଖାଯାଇଛି । ଏ ବିଷୟରେ ସଂସ୍କୃତଜ୍ଞ ଏବଂ ଶବ୍ଦତତ୍ତ୍ବବୋଧ ଅଭିଧାନର ପ୍ରଣେତା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କର ନିମ୍ନ ଉକ୍ତିଟି ପ୍ରାସଙ୍ଗିକ : ଅଦ୍ୟାପି ମାତୃ ସାହିତ୍ୟରେ ଅନଭିଜ୍ଞ କେତେକ ସଂସ୍କୃତିଆ ଶୁଆପଠିଆ ପଣ୍ଡିତ ଦେଶୀୟ ଭାଷା କବିତାକୁ ଘୃଣା ଚକ୍ଷୁରେ ଦେଖନ୍ତି । ( ଶ୍ରୀ ଭାରତ ଦର୍ପଣ, ୧୯୬୪) ଦେଶୀୟ ଭାଷାକୁ ସଂସ୍କୃତରୁ ମୁକ୍ତ କରିବା ପାଇଁ ଆଗରୁ ଉଦ୍ୟମ ହୋଇଛି । ଫକୀରମୋହନ ତାଙ୍କ ଉପନ୍ୟାସମାନଙ୍କରେ ନିରୋଳା ଓଡ଼ିଆକୁ ପ୍ରାଧାନ୍ୟ ଦେଲେ । ମାଇକେଲ ମଧୁସୂଦନ ଦ­ ବଙ୍ଗଳାରେ ସଂସ୍କୃତର ‘ଦାସ ସୁଲଭ ନକଲ’କୁ ଲୋପ କରିବା ପାଇଁ ଉଦ୍ୟମ କଲେ । ବଙ୍କିମ ଚନ୍ଦ୍ର ସଂସ୍କୃତ ସାହିତ୍ୟ ତ­୍ୱକୁ ପ୍ରତ୍ୟାଖ୍ୟାନ କଲେ ଓ ନିଜେ ହିନ୍ଦୁ ରାଷ୍ଟ୍ରବାଦରେ ବିଶ୍ବାସ କରୁଥିଲେ ମଧ୍ୟ ଶେକ୍ସପିଅରଙ୍କୁ ସହଜରେ କାଳିଦାସଙ୍କ ଉପରେ ସ୍ଥାନ ଦେଲେ । ଆମର ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ସଂସ୍କୃତ ଭାଷା ପ୍ରଭାବିତ ଓଡ଼ିଆ ଭାଷା ପରିବେ­ର୍ ପ୍ରାକୃତ ଉପରେ ପ୍ରତିÂିତ ଓଡ଼ିଆକୁ ଗୁରୁତ୍ୱ ଦେବା ସପକ୍ଷରେ ଥିଲେ ।(ଓଡ଼ିଆ ଭାଷାତ­ତ୍ବ୍, ୧୯୨୭) ।
ସ୍ବାଧୀନତା ପରେ ଯେତେବେଳେ ଭାରତର ସମ୍ବିଧାନ ତିଆରି ହେଲା, ସେତେବେଳେ ମଧ୍ୟ ସଂସ୍କୃତକୁ ପ୍ରାଧାନ୍ୟ ଦିଆଗଲା । ଇଂରେଜୀ ବଦଳରେ ହିନ୍ଦୀ ପ୍ରବର୍ତ୍ତ­ନ କରିବାର ମହାନ ଉଦ୍ଦେଶ୍ୟ ସହିତ ହିନ୍ଦୀକୁ କିପରି ଉନ୍ନତ କରିବାକୁ ହେବ, ସେ ବିଷୟରେ ମଧ୍ୟ ସମ୍ବିଧାନରେ ନିର୍ଦ୍ଦେଶ ରହିଲା । ସମ୍ବିଧାନର ଅନୁଚ୍ଛେଦ ୩୫୧ ଅନୁସାରେ ହିନ୍ଦୀକୁ ସମୃଦ୍ଧ କରିବାର ପାଇଁ ‘ଅଷ୍ଟମ ଅନୁସୂଚୀରେ ବିନିର୍ଦ୍ଧିଷ୍ଟ ଭାରତର ଅନ୍ୟ ଭାଷାମାନଙ୍କରେ ପ୍ରଯୁକ୍ତ ରୂପ, ଶୈଳୀ ଓ ପଦମାନଙ୍କୁ ଆତ୍ମସାତ୍ କରି ଏବଂ ଯେଉଁଠାରେ ଆବଶ୍ୟକ ବା ବାଞ୍ଛନୀୟ ସେଠାରେ ନିଜର ଶବ୍ଦଭଣ୍ଡାର ମୁଖ୍ୟତଃ ସଂସ୍କୃତରୁ ଓ ଗୌଣତଃ ଅନ୍ୟ ଭାଷାମାନଙ୍କରୁ ଶବ୍ଦ ଗ୍ରହଣ କରିବେ ।’ ଉପରେ ଦିଆଯାଇଥିବା ଭାଷା ସମ୍ବିଧାନର ହିନ୍ଦୀ ସଂସ୍କରଣରୁ ନିଆଯାଇଛି ଏବଂ ଇଂରେଜୀରୁ ଅନୁବାଦ କଲାବେଳେ ନିଜର ନିୟମକୁ ମାନି ଶବ୍ଦମାନ ସଂସ୍କୃତରୁ ନିଆଯାଇଛି, ଯାହା ଫଳରେ ଲେଖାଟି କିମ୍ଭୂତ କିମ୍ଭାକାର ରୂପ ନେଇଛି । ଏ ଭଳି ମୁଖ୍ୟତଃ ସଂସ୍କୃତରୁ ନିଆଯାଇଥିବା ଶବ୍ଦ ପ୍ରୟୋଗ ଯୋଗୁ ସରକାରୀ ରେଡିଓରେ ପ୍ରସାରିତ ସମ୍ବାଦ ଅଧିକାଂଶ ସମୟରେ ହସର ଖୋରାକ ଯୋଗାଉଥିଲା ଏବଂ ଲୋକପ୍ରିୟ ହୋଇ ନ ଥିଲା ।
ଏ ଭିତରେ ସଂସ୍କୃତ ପାଇଁ ଆହୁରି କିଛି ସୁଖବର ଆସିଛି । ଗତ ବର୍ଷ କେନ୍ଦ୍ର ସରକାର ନିଷ୍ପ­ତ୍ତି ନେଇଛନ୍ତି ଯେ କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ଜର୍ମାନ ଭାଷା ବଦଳରେ ସଂସ୍କୃତ ପଢ଼ା ହେବ ତୃତୀୟ ଭାଷା ଭାବରେ, ଇଂରେଜୀ ଓ ହିନ୍ଦୀ ପରେ । ପିଲାମାନେ ସଂସ୍କୃତ ଭାଷା ବଦଳରେ ଅନ୍ୟ କୌଣସି ଭାରତୀୟ ଭାଷା ନେଇପାରିବେ, ଜର୍ମାନ ନୁହେଁ । ଏହା ନିଶ୍ଚୟ ଏକ ଉପଯୁକ୍ତ ନିଷ୍ପ­ତ୍ତି।
ଆଜିକାଲି ସୋସିଆଲ୍ ମିଡିଆରେ ବହୁ ପ୍ରସାରିତ ହେଉଛି ସଂସ୍କୃତର ଗୁଣଗାନ ଏବଂ ଏଥିରେ କୁହାଯାଉଛି ଯେ ସଂସ୍କୃତ ହେଉଛି କଂପ୍ୟୁଟରକୁ ସବୁଠାରୁ ବେଶି ସୁହାଇବା ଭଳି ଭାଷା ଏବଂ ଆମେରିକାରେ ଯେଉଁ ଷଷ୍ଠ ଓ ସପ୍ତମ ପୀଢ଼ୀର କଂପ୍ୟୁଟର ତିଆରି ହେବାକୁ ଯାଉଛି, ତା ହେବ ସଂସ୍କୃତ ଭି­ତିକ । ଏହା ଯେପରି ଦୁଇଶହ ବର୍ଷ ତଳେ ଜୋନ୍ସ୍ କହିଥିବା କଥାର ଇଲେକ୍ଟ୍ରନିକ୍ ପ୍ରୟୋଗ।
ଦୁଃଖର ବିଷୟ ଯେ କିଛି ମୌଳବାଦୀ ଆଉ ପାଦେ ଆଗେଇ ଯାଇ ସଂସ୍କୃତକୁ ଯୋଗ ଓ ବୈଦିକ ଗଣିତ ସହିତ ମିଶାଇ ଭାରତୀୟତାର ମାନଦଣ୍ଡ କରିବାକୁ ଚାହାନ୍ତି ।
ବ­ର୍ତ୍ତମାନ ଆମେ ଦେଖିବା ସଂସ୍କୃତ ପରିପ୍ରେକ୍ଷୀରେ ଆମ ଭାଷା କେଉଁଠି ଅଛି । କ୍ଲାସିକାଲ ମଂଜୁରୀ ପାଇବା ପାଇଁ ଆମର ଯୁକ୍ତି ଥିଲା ଯେ ଓଡ଼ିଆ କାହାରି ଉପରେ ଭରା ନ ଦେଇ ହଜାର ହଜାର ବର୍ଷ ଧରି ସ୍ବତନ୍ତ୍ର ଭାବେ ପ୍ରଚଳିତ ଅଛି । କାଳକ୍ରମେ ସଂସ୍କୃତରୁ ଓଡ଼ିଆକୁ ଅନେକ ତତ୍ସମ ଓ ତଦ୍ଭବ ଶବ୍ଦ ଆସି ଯାଇଛନ୍ତି ଏବଂ ଆମର ପ୍ରାଚୀନ ଖା­ଣ୍ଟି ଓଡ଼ିଆ ଶବ୍ଦ ଭଣ୍ଡାର ସେହି ଅନୁପାତରେ ହ୍ରାସ ପାଇଛି । ସାହିତ୍ୟର ଭାଷା ମଧ୍ୟ ସେହିଭଳି ହୋଇଯାଇଛି ଅଧିକରୁ ଅଧିକ ସଂସ୍କୃତ ନିର୍ଭର । ଆମର ଶବ୍ଦ ସମ୍ଭାର, ବ୍ୟାକରଣ ଏବଂ ବନାନ ମଧ୍ୟ ହୋଇଯାଇଛି ସଂସ୍କୃତ କେନ୍ଦ୍ରିକ । ଆମ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଶତପ୍ରତିଶତ ସଂସ୍କୃତ । ଆମର ଅଧିକାଂଶ ପୁରୁଣା ଲେଖକ ସହରବାସୀ ଓ ବିଶେଷରେ ରାଜଧାନୀବାସୀ ହୋଇଥିବାରୁ ଗାଁ ଗହଳର ଭାଷା କ୍ରମେ କ୍ରମେ ସାହିତ୍ୟରୁ ଉଭେଇଗଲାଣି । ଅନେକ ସମୟରେ ନିଜର ଲେଖାକୁ ଓଜନ ଦେବା ପାଇଁ ଲେଖକମାନେ ସଂସ୍କୃତର ଆଶ୍ରୟ ନିଅନ୍ତି। ଆମକୁ କିନ୍ତୁ ଭାବିବାକୁ ହେବ କିପରି ସଂସ୍କୃତର ଆଶାବାଡ଼ି ନ ଧରି ଆମେ ଆଗକୁ ଯାଇପାରିବା । ଏକ ସମୟରେ ଓଡ଼ିଶାର ସବୁ ଲେଖକ କଟକ ସହରର ରେଭେନ୍ଶା କଲେଜ ହତାରୁ ବାହାରୁଥିଲେ । ସେ ସମୟ ଆଉ ନାହିଁ । ଉପକୂଳରୁ ସାହିତ୍ୟ ବ­ର୍ତ୍ତମାନ ଚାଲିଗଲାଣି ଉପାନ୍ତ ଅଞ୍ଚ­ଳକୁ । ଓଡ଼ିଆ ପାଠକ ଓ ଲେଖକ ଆଉ କଟକ ପୁରୀ ବାଲେଶ୍ବରର ସହର ଅ­ଞ୍ଚଳରେ ଆବଦ୍ଧ ନୁହନ୍ତି । ଆମର ଯୁବ ଲେଖକ ଆସୁଛନ୍ତି କଳାହାଣ୍ଡି କୋରାପୁଟ ଫୁଲବାଣୀ ସୁନ୍ଦରଗଡ଼ର ଛୋଟ ଛୋଟ ଜାଗାରୁ । ସେହିସବୁ ଜାଗାରେ ହିଁ ଅଛନ୍ତି ବେଶି ସହୃଦୟ ଓ ସଚେତନ ପାଠକ । ଏହା ଏକ ଭଲ ଲକ୍ଷଣ । ବ­ର୍ମାନର ଯୁବ ଲେଖକମାନେ ଓଡ଼ିଆ ଭାଷାକୁ ନୂଆ ବିନ୍ୟାସ ଦେବାକୁ ଆରମ୍ଭ କଲେଣି । ମୋର ବିଶ୍ବାସ ଯେ ସେମାନଙ୍କ ହାତରେ ଆମର ଭାଷା ନିରାପଦ ଏବଂ ସେମାନେ ଓଡ଼ିଆକୁ ପୁନର୍ଜନ୍ମ ଦେବେ ।


Previous
Next Post »

1 comments:

Click here for comments
16 August 2016 at 04:22 ×

ଖାଲି ସେତିକି ନୁହେଁ, ଓଡିଆରେ ବୈଦେଶିକ ଶଦ୍ଦର ବ୍ୟବହାରକୁ ବି ନାକ ଟେକାଯାଉଛି, ସେହିଭଳି ଶଦ୍ଦ ଯାହା ଶହେ ବର୍ଷରୁ ଅଧିକ ଦିନ ଧରି ଓଡିଆରେ ବ୍ୟବହୄତ ହୋଇଆସିଛି

Congrats bro Shyamanuja Das you got PERTAMAX...! hehehehe...
Reply
avatar